ସାଉଦିଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ସୋମବାରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଦିନ ପାଇଁ ସାଉଦି ଆରବ ଗସ୍ତରେ ଯାଇଛନ୍ତି। ଦୁଇଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ମଜଭୂତ କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ। ସାଉଦି ରାଜା ସଲମାନ ବିନ୍ ଅବଦୁଲାଜିଜ ଅଲ-ସୌଦଙ୍କଠାରୁ ଆମନ୍ତ୍ରଣ ପାଇ ପ୍ରଧାନମନ୍ତ୍ରୀ ସେଠାକୁ ଗସ୍ତ କରିଛନ୍ତି। ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ କଥାବାର୍ତ୍ତା କରି ସେଠାରେ ରୂପେକାର୍ଡ ପ୍ରଚଳନର ଶୁଭାରମ୍ଭ କରିବେ। ରିୟାଦରେ ଅନୁଷ୍ଠିତ ‘ଫ୍ୟୁଚର ଇନ୍ଭେଷ୍ଟମେଣ୍ଟ ଇନିସିଏଟିଭ’ରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ସୋମବାର ରାତିରେ ମୋଦୀ ରିୟାଦରେ ପହଞ୍ଚିଥିଲେ। ସାଉଦିଆରବ ଓ ଭାରତ ମଧ୍ୟରେ ପୁଞ୍ଜିନିବେଶ ଓ ଶକ୍ତି ସମ୍ବନ୍ଧୀୟ କିଛି ରାଜିନାମା କରାଯିବାର ଲକ୍ଷ୍ୟ ଅଛି।