ପ୍ରଧାନମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ

ଚେନ୍ନାଇ,ଏଜେନ୍ସ: ଚେନ୍ନାଇ ଆଇଆଇଟିର ୫୬ତମ ବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଛନ୍ତି। ଏହି ଅବସରରେ ସିଙ୍ଗାପୁର ଭାରତ ହେକାଥନ ୨୦୧୯ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ ଭାରତକୁ ବିଶ୍ୱ ସହିତ ମିଶିବାର ହେକାଥନ ସହାୟକ ହେବବୋଲି ଏହି ଅବସରରେ ମୋଦୀ କହିଛନ୍ତି। ବର୍ତ୍ତମାନ ସମୟରେ ଭାରତର ଯୁବପିଢ଼ିଙ୍କ ସମ୍ମୁଖରେ ବହୁ ଚ୍ୟାଲେଞ୍ଜ ରହିଛି, ଯାହାକୁ ସମାଧାନ କରିବା ପାଇଁ  ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଇଆଇଟିର ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କୁ ଏହି ଚ୍ୟାଲେଞ୍ଜ ସ୍ୱୀକାର କରି କାମ ଆରମ୍ଭ କରିବାକୁ କହିଥିଲେ।