ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସଫ୍ଟୱେୟାର ଇଞ୍ଜିନୟର ରାମ ଓ ଆଗ୍ରାର ଅଶୋକ କପୁର ସହ ଆଲୋଚନା କରିଛନ୍ତି। ରାମ କହିଛନ୍ତି କି ଲକଡାଉନ ଜେଲ୍ ପରି ନୁହେଁ, ଲୋକେ ନିୟମକୁ ପାଳନ କରି ଠିକ୍ ହୋଇପାରିବେ। ସେହିପରି ଅଶୋକ କପୁର ଆଗ୍ରାର ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ଯାହାଙ୍କ ପାଇଁ ସେ ସୁସ୍ଥ ହୋଇଛନ୍ତି । ଏଥି ସହିତ ଦିଲ୍ଲୀର ହସ୍ପିଟାଲର କର୍ମଚାରୀ ତାଙ୍କୁ ସହାୟତା କରିଥିବା କଥା ମଧ୍ୟ ପ୍ରକାଶ କରଛନ୍ତି।