ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୀଏମ ଆବାସ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶରେ ‘ଗୃହ ପ୍ରବେଶମ’ ଯୋଜନାର ଉଦଘାଟନ କରିଛନ୍ତି । ଏହାଦ୍ୱାରା ୫.୨୧ ଲକ୍ଷ ଲୋକଙ୍କୁ ଆବାସ ଦିଆଯାଇଛି । ଭିଡିଓ କନଫ୍ରେନ୍ସ ମାଧ୍ୟମରେ ମୋଦୀ ଏହି ଯୋଜନାର ଉଦଘାଟନ କରିଛନ୍ତି । ଏହି ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ । ମୋଦୀ ତାଙ୍କ ସମ୍ବୋଧନରେ ବିଜେପିର ଜନ କଲ୍ୟାଣକାରୀ ଯୋଜନା ବିଷୟରେ କହିଥିଲେ । ଆସନ୍ତା ନବରାତ୍ରୀ ପ୍ରସଙ୍ଗରେ ମହିଳା ସଶକ୍ତିକରଣ ଉପରେ ଜୋର ଦେଇଥିଲେ ।