ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନ ପୋଷ୍ଟର ମାମଲା

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ ମୋଦୀ ଜି ଆମ ପିଲାଙ୍କ ଟିକାକୁ ବିଦେଶ କାହିଁକି ପଠାଇଲ ଲେଖା ଥିବା ପୋଷ୍ଟର ମାରିବା ଘଟଣାରେ ଗତକାଲି ସୁଦ୍ଧା ଦିଲ୍ଲୀ ପୁଲିସ ୨୫ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ଗିରଫ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।

ଏନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। ପ୍ରଦୀପ କୁମାର ନାମକ ଜଣେ ଓକିଲ ଏହି ଆବେଦନ କରିଛନ୍ତି। ଦେଶରେ କରୋନା ଟିକାର ଅଭାବ ରହିଥିବା ବେଳେ ବିଦେଶକୁ ଟିକା ପଠାଯିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି ପୋଷ୍ଟର ମାରିବା କୌଣସି ଅପରାଧ ନୁହେଁ ବୋଲି ଆବେଦନରେ କୁହାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଏଫଆଇଆରକୁ ରଦ୍ଧ କରିବା ସହ ପୁଲିସକୁ ତଦନ୍ତ ରୋକିବାକୁ ଆଦେଶ ଦେବାକୁ ଆବେଦନ ହୋଇଛି।