ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୋଦୀ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା କ୍ଷୟକ୍ଷତିର ଆକାଳନ କରିବା ପାଇଁ ମୋଦୀ ଦିନିକିଆ ଗୁଜରାଟ ଗସ୍ତ କରି ଭାବନଗର ପହଂଚିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କର ସ୍ୱାଗତ କରିଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନ ସରିବା ପରେ ଅହମ୍ମଦାବାଦରେ ସମୀକ୍ଷା ବୈଠକ କରିବେ।

ସୂଚନାଯୋଗ୍ୟ, ବାତ୍ୟା ‘ତାଉତେ’ ଯୋଗୁ ଗୁଜରାଟରେ ୧୩ ଜଣ ପ୍ରାଣ ହରାଇଥିବାବେଳେ ବର୍ଷା ଯୋଗୁ କିଛି ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଥିବା ପରିଲକ୍ଷିତ ହୋଇଛି।