ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୭ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦେଶବାସୀଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସମ୍ବୋଧିତ କରିଥିଲେ। ଏହି ମହାମାରୀ ଭୂତାଣୁ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ତ୍ୟାଗକୁ ପ୍ରଶଂସା କରିବା ସହିତ ଦେଶବ୍ୟାପୀ ମେ’ ୩ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ। ତେବେ ଏହି ସମୟରେ ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୭ଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ।

ତେବେ କ’ଣ ରହିଥିଲା ଏହି ୭ଟି ମନ୍ତ୍ର ଆସନ୍ତୁ ଜାଣିବା….
୧- ଘରେ ଥିବା ବୟସ୍କ ଲୋକମାନଙ୍କ ଯତ୍ନ ନିଅନ୍ତୁ
୨- ଲକଡାଉନର ‘ଲକ୍ଷ୍ମଣ ରେଖା’କୁ ପାଳନ କରନ୍ତୁ
୩- ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ପଦକ୍ଷେପ ନିଅନ୍ତୁ
୪- ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପ୍ଲିକେଶନ ଡାଉନଲୋଡ କରି ତାହାର ବ୍ୟବହାର କରନ୍ତୁ
୫- ଯେଉଁମାନେ ସାହାଯ୍ୟ ଆବଶ୍ୟକ କରୁଛନ୍ତି, ସେମାନଙ୍କୁ ସାହାଯ୍ୟ କରନ୍ତୁ
୬- କର୍ମଚାରୀମାନଙ୍କୁ ଘରୋଇ ସଂସ୍ଥା ବହିସ୍କାର ନ କରି ଦୟାପୂର୍ବକ ବ୍ୟବହାର ପ୍ରଦର୍ଶନ କରନ୍ତୁ
୭- କରୋନା ଯୁଦ୍ଧର ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତୁ