ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଏଜେନ୍ସି: ଆଜି ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ବାର୍ତ୍ତା ଦେବି। ଆପଣମାନେ ନିଶ୍ଚୟ ଯୋଗଦାନ କରିବେ।

ଆଗକୁ ପାର୍ବଣଋତୁ ଆସୁଥିବାରୁ ଦଶହରାର ଶୁଭେଚ୍ଛା ସହ କରୋନା ସଚେତନାତା ଉପରେ ଦେଶବାସୀଙ୍କୁ କହିପାରନ୍ତି ବୋଲି ଆଶା କରାଯାଉଛି।