ଅଟଳ ଟନେଲ ଉଦଘାଟନ ପାଇଁ ଅକ୍ଟୋବର ୩ରେ ମନାଲି ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ସିମଲା,ଏଜେନ୍ସି: ହିମାଞ୍ଚଳପ୍ରଦେଶର ମନାଲିରେ ଅକ୍ଟୋବର ୩ରେ ଅଟଳ ଟନେଲର ଉଦଘାଟନ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଏହାର ଉଦଘାଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ସୂଚନା ଦେଇଛନ୍ତି। ଏଥିସହିତ ସେଠାରୁ ସେ ଲହୁଲ ଯିବାର ଯୋଜନା ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ଠାକୁର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ଅଟଳ ଟନେଲଟି ମନାଲିରୁ ଲେହକୁ ସଂଯୋଗ କରିବ। ଏହା ବିଶ୍ୱରେ ସବୁଠୁ ଲମ୍ବା ରାଜପଥ ସୁଢଙ୍ଗ ହୋଇଥିବାବେଳେ ଏହାକୁ ନିର୍ମାଣ କରିବା ପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗିଥିଲା। ତେବେ ଏହି ଟନେଲ ଦ୍ୱାରା ମନାଲି ଓ ଲେହ ମଧ୍ୟରେ ପାଖାପାଖି ୪୬ କିଲୋମିଟର ରାସ୍ତା କମ ହେବା ସହ ୪ ଘଣ୍ଟାର ସମୟ ବଞ୍ଚିବ ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେପି ପୁରୁଷୋତ୍ତମ କହିଛନ୍ତି।