କୋସି ମେଗା ରେଳ ବ୍ରିଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପାଟନା,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର କୋସି ମେଗା ରେଳ ବ୍ରିଜର ଉଦଘାଟନ କରିଛନ୍ତି। ଏହି ବ୍ରିଜର ଉଦଘାଟନ ସହିତ କୋସି ଓ ମିଥିଲାଞ୍ଚଳ ସହିତ ରେଳ ମାର୍ଗ ଆରମ୍ଭ ହୋଇଛି।

ନେପାଳ ସୀମା ନିକଟରେ ଥିବା ଏହି ବ୍ରିଜର ରଣନୀତି ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ରେଳ ସମ୍ବନ୍ଧୀୟ ଆଉ ୧୨ଟି ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଛନ୍ତି।