ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ କହି ଦେଶବାସୀଙ୍କୁ ଭରସା ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରୁ କରୋନା ଭ୍ୟାକ୍ସିନ ନେଇଥିବା ଲାଭାର୍ଥୀଙ୍କୁ ଭିଡିଓ କନଫ୍ରେନ୍ସିଂ ଯୋଗେ କଥା ହୋଇଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ୨୦୨୧ର ଶୁଭାରମ୍ଭ ଗୋଟିଏ ଶୁଭ ସଙ୍କଳ୍ପ ସହ ହୋଇଛି। କାଶୀରେ ଶୁଭତା ସିଦ୍ଧିରେ ପରିଣତ ହୁଏ ବୋଲି ସମସ୍ତେ କୁହନ୍ତି। ଆଉ ସିଦ୍ଧିର ପରିଣାମସ୍ୱରୂପ ଆଜି ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଆମ ଦେଶରେ ଆରମ୍ଭ ହୋଇଛି।

ମୋଦୀ ଆହୁରି କହିଛନ୍ତି ଯେ, କରୋନା କାଳରେ ଡାକ୍ତରମାନେ ଅଦ୍ଭୁତ କାମ କରିଛନ୍ତି। ମେଡ ଇନ୍ ଇଣ୍ଡିଆ ଭ୍ୟାକ୍ସିନକୁ ନେଇ ଦେଶ ଆଜି ଗର୍ବିତ। କରେନା ଭ୍ୟାକ୍ସିନ ପ୍ରସ୍ତୁତ କରିବାର ସମସ୍ତ ଶ୍ରେୟ ବୈଜ୍ଞାନିକ ଓ ଡାକ୍ତରଙ୍କୁ ଯାଉଛି। ଏଥିସହିତ ଭ୍ୟାକ୍ସିନରେ କୌଣସି ବଡ଼ ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ମୋଦୀ ଦେଶବାସୀଙ୍କୁ କହିଛନ୍ତି। ଆମ ଭ୍ୟାକ୍ସିନ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। ଭ୍ୟାକ୍ସିନକୁ ନେଇ ଭାରତ ଆତ୍ମନିର୍ଭର।