ଆଜି ଅପରାହ୍ଣ ୪ଟାରେ ବାତ୍ୟା ଅମ୍ଫାନର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଆଉ ଏକ ସଂକଟ ଅଗମନ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତ ହେଉଛି। ତେବେ ଏହି ମୁକାବିଲାର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଏଜେନ୍ସି ଓ ଗୃହ ମନ୍ତ୍ରାଳୟ ସହିତ ଏକ ବୈଠକରେ ଯୋଗଦେବେ। ସୋମବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ସାଇକ୍ଲୋନିକ ଷ୍ଟର୍ମ ରୂପ ନେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହାର ସମୀକ୍ଷା କରିବେ। ଏଥି ନେଇ ଆଜି ସନ୍ଧ୍ୟା ୪ଟାରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠ ଅନୁଷ୍ଠିତ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରି ସୂଚନା ଦେଇଛନ୍ତି। ଗୃହ ମନ୍ତ୍ରାଳୟର କହିବା ଅନୁସାରେ ଆସନ୍ତା ବୁଧବାର ଦିନ ବାତ୍ୟା ଅମ୍ଫାନ ପଶ୍ଚିମ ବଙ୍ଗଳା ଓ ବାଂଲାଦେଶର ଉପକୂଳରେ ଲ୍ୟାଣ୍ଡଫଲ କରିବା ସହ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ଗତିକରିବାର ସମ୍ଭାବନା ରହିଛି।

ପଶ୍ଚିମ ବଙ୍ଗଳା ଓ ଓଡ଼ିଶା ସରକାରଙ୍କ ସୂଚନା ଅନୁସାରେ ବାତ୍ୟା ଅମ୍ଫାନ ଦକ୍ଷିଣ ମଧ୍ୟ ବଙ୍ଗୋପସାଗରେ ଘନୀଭୂତ ହୋଇଛି। ସେହିପରି ରାଜ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ ବାତ୍ୟା ପଶ୍ଚିମ ବଙ୍ଗଳା ଓ ବାଂଲାଦେଶ ଉପକୂଳ ମଧ୍ୟ ଦୀଘା ଓ ହାତ୍ରିଆକୁ ୨୦ ତାରିଖ ସନ୍ଧ୍ୟାରେ ଛୁଇଁବ। ଏବଂ ବାତ୍ୟା ଲ୍ୟାଣ୍ଡଫଲ କରିଲେ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳ ଅଧିକ କ୍ଷତି ହେବାର ଆଶଙ୍କା ରହିଛି। ତେବେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୧୦-୧୨୦ କିଲୋମିଟର ରହିଥିବା ବେଳେ ଏଥିରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଜଣାଯାଇଛି। ଏ ନେଇ ଉକ୍ତ ଜିଲ୍ଲା ଗୁଡ଼ିକରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।