ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିିକ ଗଣମାଧ୍ୟମରୁ ବିଦାୟ ନେଇ ପାରନ୍ତି । ଏନେଇ ମୋଦୀ ସୋମବାର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସାମାଜିକ ଗଣମାଧ୍ୟମ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆପଣମାନେ ପୋଷ୍ଟ କରୁଥାନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହିଭଳି ଟ୍ୱିଟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ମୋଦୀଙ୍କର ଟ୍ୱିଟରରେ ୫ କୋଟି ୩୩ ଲକ୍ଷ ଅନୁଗାମୀ ଏବଂ ଫେସବୁକରେ ୪ କୋଟି ୪୫ ଲକ୍ଷ ଅନୁଗାମୀ ଅଛନ୍ତି । ଏହା ସହିତ ଇନଷ୍ଟାଗ୍ରାମରେ ତାଙ୍କର ଅନୁଗାମୀ ସଂଖ୍ୟା ୩ କୋଟି ୫୨ଲକ୍ଷ ଅଟେ ।