କଙ୍ଗୋରେ ୨ ଭାରତୀୟ ଯବାନ ସହିଦ ନେଇ ୟୁଏନ୍ ମହାସଚିବଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଆଣ୍ଟୋନିଆ ଗୁଟେରେସଙ୍କ ସହିତ ଟେଲିଫୋନ୍‌ରେ କଥାବାର୍ତ୍ତା କରିଛନ୍ତି । ଉଭୟ ନେତା କଙ୍ଗୋରେ ଉପୁଜିଥିବା ସ୍ଥିତି ନେଇ ଆଲୋଚନା କରିଛନ୍ତି । ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) କଙ୍ଗୋରେ ଏକ ଶାନ୍ତି ମିଶନ ଆରମ୍ଭ କରିଛନ୍ତି । ଏଠାରେ ନିକଟରେ ଆକ୍ରମଣରେ ୨ ଜଣ ଭାରତୀୟ ଶାନ୍ତିଦୂତ ସହିଦ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଆଣ୍ଟୋନିଆ ଗୁଟେରେସଙ୍କ ସହିତ ଏସଂପର୍କରେ ଦ୍ରୁତଗତିରେ ତଦନ୍ତ କରିବାକୁ ଅବଗତ କରିଛନ୍ତି । ସେ କହିଛନ୍ତି ଯେ, ଏହି ମାମଲାରେ ଅପରାଧୀଙ୍କୁ ନ୍ୟାୟର ପରିସର ଭିତରକୁ ଆଣି କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ।

ସୂଚନାଯୋଗ୍ୟ ସଂଯୁକ୍ତ ରାଷ୍ଟ୍ର ଶାନ୍ତି ମିଶନ ପାଇଁ ଏପର୍ଯ୍ୟନ୍ତ ୨ ଲକ୍ଷ ୫୦ ହଜାରରୁ ଅଧିକ ଭାରତୀୟ ଶାନ୍ତିଦୂତ ନିଜର ସେବା ଦେଇସାରିଛନ୍ତି । ଏହାରି ମଧ୍ୟରେ ୧୭୭ ଜଣ ଭାରତୀୟ ଶାନ୍ତିଦୂତ ନିଜର ସର୍ବେଚ୍ଚ ବଳିଦାନ ଦେଇଛନ୍ତି ଏବଂ ଶାନ୍ତି ପାଇଁ ସହିଦ ହୋଇଛନ୍ତି । ଏହା ସଂଯୁକ୍ତ ରାଷ୍ଟ୍ରର ଶାନ୍ତି ମିଶନ ପାଇଁ କାମ କରିଥିବା ସମସ୍ତ ଦେଶରେ ସର୍ବାଧିକ ସଂଖ୍ୟା । ପ୍ରଧାନମନ୍ତ୍ରୀ କହିଛନ୍ତି କଙ୍ଗୋରେ ଭାରତ ଶାନ୍ତି ଚାହୁଁଛି । ସେଠାରେ ସଂଯୁକ୍ତ ରାଷ୍ଟ୍ରର ଶାନ୍ତି ମିଶନରେ ପାଖାପାଖି ୨୦୪୦ ଜଣ ଭାରତୀୟ ଯବାନ ମୁତୟନ ଅଛନ୍ତି ।