ପୁତିନଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ ରାଷ୍ଟ୍ରପତି ବଲୋଦମୀର ଜେଲେନସ୍କୀଙ୍କ ପରେ ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ସହ କଥା ହୋଇଛନ୍ତି । ଉଭୟ ନେତା ୟୁକ୍ରେନ ସଙ୍କଟକୁ ନେଇ ପ୍ର୍ରାୟ ୫୦ ମିନିଟ୍ ଆଲୋଚନା କରିଛନ୍ତି । ଏହି ସମୟରେ ପୁତିନ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନାକୁ ନେଇ ମୋଦୀଙ୍କୁ ସୂଚନା ଦେଇଥିଲେ । ଏନେଇ ଭାରତ ସରାକରଙ୍କ ସୂତ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟରେ ଉଭୟ ରାଷ୍ଟ୍ରର ପ୍ରତିନିଧୀମଣ୍ଡଳ ମଧ୍ୟରେ ଚାଲିଥିବା ଆଲୋଚନାକୁ ଛାଡ଼ି ୟୁକ୍ରେନ ରାଷ୍ଟ୍ରପତି ବଲୋଦମୀର ଜେଲେନସ୍କୀଙ୍କ ସହ ସିଧାସଳଖ କଥା ହେବାକୁ ପୁତିନଙ୍କୁ ମୋଦୀ ନିବେଦନ କରିଥିଲେ । ଏଥିସହିତ ମାଦୀ ଋଷର ଅସ୍ତ୍ରବିରତି ଘୋଷଣା ଏବଂ ସୁମି ସମେତ ଅନେକ ସହରରୁ ଲୋକଙ୍କୁ କାଢ଼ିବା ପାଇଁ ଗୋଳିବାରି ରୋକିବାକୁ ନେଇ ପୁତିନଙ୍କ ପଶଂସା କରିଥିଲେ । ଅନ୍ୟପଟେ ନାଗରିକଙ୍କୁ ସୁରକ୍ଷିତ ଭାବେ କାଢ଼ିବା ପାଇଁ ଋଷ ଯଥାସମ୍ଭବ ସହଯୋଗ କରିବ ବୋଲି ମୋଦୀଙ୍କୁ ପୁତିନ ଆଶ୍ୱାସନା ଦେଇଛନ୍ତି ।