କରୋନା ମୁକାବିଲାର ଅନୁଭବକୁ ମୋଦୀଙ୍କ ସମ୍ମୁଖରେ ବଖାଣିଲେ ସମଗ୍ର ଦେଶର ଡାକ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶର ଡାକ୍ତରଙ୍କ ସହ କରୋନା ସମ୍ପର୍କରେ ଆଲୋଚନା କରିଛନ୍ତି। କୋଭିଡ କେୟାରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ସମୂହ ସହ ମୋଦୀ ଭିଡିଓ କନଫ୍ରେନ୍ସିଂ ଯୋଗେ ଚର୍ଚ୍ଚା କରିଥିଲେ। ଏହି ସାଂଘାତିକ ମହାମାରୀର ମୁକାବିଲା ସମୟର ନିଜର ଅନୁଭବକୁ ଡାକ୍ତରମାନେ ମୋଦୀଙ୍କ ଆଗରେ ବଖାଣିଥିଲେ।

ସୂଚନାଯୋଗ୍ୟ, କରୋନା ସଙ୍କଟ ମଧ୍ୟରେ ମେଡିକାଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋଦୀ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଲଗାତାର ଭାବେ ଆଲୋଚନା କରୁଛନ୍ତି।