ପିଏମ୍-କିଷାନ୍’ ଯୋଜନାର ଅଷ୍ଟମ କିସ୍ତି ରିଲିଜ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’(ପିଏମ୍‌-କିଷାନ୍‌) ଯୋଜନାରେ ଅଷ୍ଟମ କିସ୍ତି ଟଙ୍କା ରିଲିଜ କରିଛନ୍ତି। ଏଥିରେ ୯.୫ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ୧୯ ହଜାର କୋଟି ଟଙ୍କାର ଅର୍ଥରାଶି ଟ୍ରାନସଫର ହୋଇଛି।

ଅର୍ଥରାଶି ରିଲିଜ୍‌ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାଦ୍ୱାରା ଉପକୃତ କେତେ ଜଣ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜୈବିକ ପଦ୍ଧତିରେ ଚାଷ କରିବା ନିମନ୍ତେ ଖଣ୍ଡେ ଟାଙ୍ଗରା ଭୂଇଁକୁ ଉପଯୁକ୍ତ କରିଥିବା ଆନ୍ଧ୍ରପ୍ରଦେଶର ଜଣେ ମହିଳା-କୃଷକଙ୍କ ସହ କଥା ହୋଇଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।