ବଜେଟରେ ଗାଁ, ଗରିବ ଓ କୃଷକଙ୍କୁ ଗୁରୁତ୍ୱ ଦିଆଯାଇଛି: ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ଏନେଇ ମୋଦୀ କହିଛନ୍ତି ଯେ, ଏଥିରେ ଗାଁ, ଗରିବ ଓ କୃଷକଙ୍କୁ ଧ୍ୟାନରେ ରଖାଯାଇଛି । ଏଥିରେ ମଧ୍ୟବର୍ତ୍ତୀୟ ଲୋକଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହି ବଜେଟ ଦ୍ୱାରା ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ । ଏହା ବଞ୍ଚିତ ଓ ମହିଳାଙ୍କ ପାଇଁ ମଧ୍ୟ ଏକ ବିଶେଷ ବଜେଟ । ଏମଏସଏମଇଏସ୍ ସହ ଦେୟକୁ ନେଇ ମଧ୍ୟ ନୂଆ ବ୍ୟବସ୍ଥା କରାଯାଇଛି । ନିର୍ମଳା ସୀତାରମଣଙ୍କୁ ଏହି ବଜେଟ ପାଇଁ ଅଭିନନ୍ଦନ ଜଣାଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଅମୃତ କାଳର ବିକଶିତ ଭାରତର ବିରାଟ ସଙ୍କଳ୍ପ ପୂରଣ କରିବା ପାଇଁ ଏହି ବଜେଟ ଏକ ମଜଭୁତ ଭିତ୍ତିପ୍ରସ୍ତର ନିର୍ମାଣ କରିବ । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରହୁଥିବା ଆମ ମହିଳାଙ୍କ ଜୀବନ ସ୍ତରରେ ପରିବର୍ତ୍ତନ ଆଣିବା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସେମାନଙ୍କୁ ଏବେ ଆହୁରି ଶକ୍ତି ସହ ଆଗକୁ ବଢ଼ାଯିବ । ଦେଶରେ ଏହି ବଜେଟରେ ପ୍ରଥମଥର ପାଇଁ ମହିଳାଙ୍କ ପାଇଁ ପ୍ରୋତ୍ସାହନ ଯୋଜନା ପ୍ରସ୍ତୁତ କରାଯାଇଛି ।