ବ୍ରିକ୍ସ ମଞ୍ଚରେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ମୋଦୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀ ଜାରି ରହିଛି । ଏହି ଅବସରରେ ଗ୍ରୁପ ଫଟୋ ନେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଳେ ତ୍ରିରଙ୍ଗା ପଡ଼ିଥିବା ଦେଖି ତାକୁ ଉଠାଇବା ସହ ନିଜ ପକେଟରେ ରଖିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଦା ସିଲଭା, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଓ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋଜ ଫଟୋ ଉଠାଇଥିଲେ । ଏହି ଅଧିବେସନରେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଭିଡିଓ କନଫ୍ରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ।