ହଷ୍ଟନରେ ପ୍ରବାସୀଙ୍କୁ ଭେଟିଲେ ମୋଦୀ

ହଷ୍ଟନ,ଏଜେନ୍ସି: ହଷ୍ଟନରେ ମୋଦୀ ବିଭିନ୍ନ ସମ୍ପ୍ରଦାୟର ଭାରତୀୟଙ୍କୁ ସାକ୍ଷାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା ପ୍ରବାସୀ ଶିଖ୍ଙ୍କ ସହ ଆଲୋଚନା କରିଥିଳେ। ୧୯୮୪ ଶିଖ୍ ଦଙ୍ଗାପରେ ନାୟକ ଗୁରୁ ନାନକଙ୍କ ନାମରେ ଦିଲ୍ଲୀ ବିମାନ ବନ୍ଦରର ନାମକରଣ ଆଦି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କର୍ତ୍ତାରପୁର କରିଡୋର ପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ଆମେରିକାରେ ପ୍ରବାସୀ କାଶ୍ମୀର ପଣ୍ଡିତ ମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିଛନ୍ତି। ଏହି ଅବସରରେ ପଣ୍ଡିତମାନେ କାଶ୍ମୀରରୁ ଧାରା ୩୭୦ ଉଠାଇବା ନେଇ ଧନ୍ୟବାଦ ପ୍ରଦାନ କରିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତୈଳ ଉତ୍ପାଦନକାରୀ ସିଇଓଙ୍କ ବୈଠକ। ଟେକ୍ସାସରେ ହୋଇଥିବା ଏହି ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୨ ଟି ଭିନ୍ନ ଭିନ୍ନ କମ୍ପାନୀ ସହିତ ୫ ମିଲିଅନ ଟନ ଏଲ୍ଏନ୍ଜି ପୁଞ୍ଜି ନିବେଶ ପାଇଁ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ୨୦୨୦ ସୁଦ୍ଧା ଏହା କାର୍ଯ୍ୟକାରୀ ହେବା ପାଇଁ ଯୋଜନା ରହିଛି।