ମେ’ ୧୮ ଓ ୨୦ରେ ଜିଲ୍ଲାଧିକାରୀଙ୍କ ସହ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲ୍ଲାଧିକାରୀଙ୍କ ସହ ଭିଡିଓ କନପ୍ରେନ୍ସିଂରେ ବୈଠକ କରିବେ। ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଏହି ବୈଠକ ୨ଟି ଗ୍ରୁପରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି। ପ୍ରଥମ ବୈଠକ ମେ’ ୧୮ ତାରିଖ ୧୧ଟାରେ ହେବ। ଏଥିରେ ୯ଟି ରାଜ୍ୟର ୪୬ ଜିଲ୍ଲାଧିକାରୀ ଉପସ୍ଥିତ ରହିବେ। ଆଉ ୨୦ ମେ’ରେ ହେବାକୁ ଥିବା ଦ୍ୱିତୀୟ ବୈଠକରେ ୧୦ଟି ରାଜ୍ୟର ୫୪ ଜିଲ୍ଲାଧିକାରୀଙ୍କ ସହ ବୈଠକ କରିବେ।