ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ସିଡିଏସ ଜେନେରାଲ ବିପିନ ରାୱତ ଉପସ୍ଥିତ ଥିଲେ। ଏହି ବୈଠକ ପାଖାପାଖି ଦେଢ଼ ଘଣ୍ଟା ଚାଲିଥିବା ଜଣାପଡ଼ିଛି।
ଧାନମନ୍ତ୍ରୀ ମୋଦୀ ଏମିତି ସମୟରେ ବୈଠକ ଡାକିଛନ୍ତି ଯେତେବେଳେ ତାଲିବାନ ପଞ୍ଜଶୀର ଦଖଲ କରିଥିବା ଦାବୀ କରିଛି। ତାଲିବାନ ବିରୋଧୀ ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ କିନ୍ତୁ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଲଢ଼େଇ ଏବେ ବି ଜାରି ରହିଥିବା ଅହମ୍ମଦ ମସୁଦ କହିଛନ୍ତି।