ମହାରାଜା ସୁହେଲଦେବଙ୍କ ସ୍ମାରକର ଶିଳାନ୍ୟାସ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସନ୍ତ ପଞ୍ଚମୀ ଅବସରରେ ଶ୍ରୀବସ୍ତୀର ମହାନ ଯୋଦ୍ଧା ରାଜା ସୁହଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମା ନିର୍ମାଣର ଶିଳାନ୍ୟାସ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମୋଦୀ ବହରାଇଚର ଚିତ୍ତୋରା ହ୍ରଦରେ ବିକାଶ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି।

ମହାରାଜା ସୁହେଲଦେବଙ୍କ ଘୋଡ଼ାରେ ବସିଥିବା ଏକ ପ୍ରତିମା ସ୍ଥାପନ କରାଯିବ। ଏହାସହ କେଫେଟେରିୟା, ଅତିଥି ଗୃହ ଓ ପିଲାଙ୍କ ପାର୍କ ଭଳି ବିଭିନ୍ନ ପର୍ଯ୍ୟଟକ ସୁବିଧାକୁ ସାମିଲ କରାଯିବ। ମୁସଲମାନ ଆକ୍ରମଣମାରୀଙ୍କୁ ହରାଇ ସୁହେଲଦେବ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିଜ ପରାକ୍ରମ ଜରିଆରେ ମାତୃଭୂମିର ଗୌରବ ବଢ଼ାଇଥିବା ରାଷ୍ଟ୍ରନାୟକ ମହାରାଜା ସୁହେଲଦେବଙ୍କ ଜନ୍ମଭୂମିରେ ତାଙ୍କୁ ନମନ କରୁଛି। ବସନ୍ତ ପଞ୍ଚମୀରେ ସଭିଙ୍କୁ ଶୁଭକାମନା। ସୁହେଲଦେବଙ୍କ ଏହି ପ୍ରତିମା ତାଙ୍କ ପରାକ୍ରମକୁ ଦର୍ଶାଇବ ଓ ଆଗାମୀ ପୀଢ଼ୀଙ୍କୁ ପ୍ରେରିତ କରିବ।