ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ କରିଛନ୍ତି । ଏହି ସମୟରେ ମୋଦୀ ୟୁକ୍ରେନରୁ ଫେରିଥିବା ବାରଣାସୀ ଓ ୟୁପିର ଭିନ୍ନ ଭିନ୍ନ ଅଞ୍ଚଳର ଛାତ୍ରଙ୍କ ସହ ଆଲୋଚନା କରିଛନ୍ତି । ଛାତ୍ରମାନେ ମଧ୍ୟ ମୋଦୀଙ୍କ ସହ ନିଜ ଅନୁଭୂତି ବଖାଣିଥିଲେ । ବାରଣାସୀ ପହଂଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦୋଲୀ ଓ ଜୋନପୁରରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଥିଲେ ।
ସୂଚନାଯୋଗ୍ୟ, ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିଶେଷ ଦୂତ ରୂପେ କିରେନ ରିଜିଜୁଙ୍କୁ ସ୍ଲୋଭାକିୟା, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରୋମାନିୟା, ହରଦୀପ ସିଂହ ପୁରୀଙ୍କୁ ହଙ୍ଗେରୀ ଓ ବିକେ ସିଂହଙ୍କୁ ପୋଲାଣ୍ଡ ପଠାଯାଇଛି । ବିଦେଶ ମନ୍ତ୍ରଣାଳୟ ମୁତାବକ, ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ସମୟରେ ପାଖାପାଖି ୨୦ ହଜାର ଭାରତୀୟ ସେଠାରେ ଫସି ରହିଥିଲେ । ସେଥିମଧ୍ୟରୁ ଏବେ ପ୍ରାୟ ୬ହଜାରରୁ ଅଧିକ ଲୋକ ଫେରି ସାରିଲେଣି ।