ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୁଣିଥରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। ଭିଡିଓ କନଫ୍ରେନସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକ ଅପରାହ୍ଣ ୩ଟାରେ ହେବ। କରୋନା ପ୍ରକୋପ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ପଞ୍ଚମ ବୈଠକ ହେବାକୁ ଯାଉଛି। ଏଥିରେ କରୋନା ଭାଇରସ ଯୋଗୁଁ ବର୍ତ୍ତମାନର ସ୍ଥିତି, ମେ’ ୧୭ ପରେ କ’ଣ କରାଯିବ ସେନେଇ ଆଲୋଚନା ହେବ। ଏହା ଆଜି ପର୍ଯ୍ୟନ୍ତର ସବୁଠୁ ଲମ୍ବା ବୈଠକ ହେବ ଯେଉଁଥିରେ ଅଧିକ କରୋନା ରୋଗୀ ଥିବା ରାଜ୍ୟକୁ ଫୋକସ୍ କରାଯିବ।