ଅକ୍ସିଜେନ ସିଲିଣ୍ଡରର ଉପଲବ୍ଧତାକୁ ନେଇ ମୋଦୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ମେଡିକାଲ ଗ୍ରେଡ ଅକ୍ସିଜେନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଥିଲେ।

କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ଯଥା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ହରିୟାଣା, ରାଜସ୍ଥାନ ଓ ପଞ୍ଜାବରେ ଆଗାମୀ ୧୫ ଦିନ ଲାଗି ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଯୋଗାଣ ଓ ବତ୍ତର୍ମାନର ସ୍ଥିତିକୁ ମୋଦୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ଏଥିସହିତ କେନ୍ଦ୍ର-ରାଜ୍ୟ ନିୟମିତ ସମ୍ପର୍କରେ ରହିଛି ବୋଲି ମଧ୍ୟ ମୋଦୀଙ୍କୁ କୁହାଯାଇଛି।