କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ କୋଭିଡ୍ ଟିକା ନେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଟିକା ନେବାର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ,  କରୋନା ମହାମାରୀରେ ଯେପରି ଭାବେ ଡାକ୍ତର ଓ ବୈଜ୍ଞାନିକମାନେ ଲଢେଇ କରିଛନ୍ତି ତାହା ଭୁଲି ହେବନାହିଁ । ଏହା ପ୍ରଶଂସାଯୋଗ୍ୟ । କମ୍ ସମୟରେ ଯେପରି ଟିକା ବାହାରିଛି ତାହାର ଶ୍ରେୟ ଡାକ୍ତର ଓ ବୈଜ୍ଞାନିକଙ୍କ ନିକଟକୁ ଯିବ । ଏହାସହ ସମସ୍ତେ ଭାକିସନ୍ ନେଇ କରୋନା ବିରୋଧୀ ଲଢେଇରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି ।