ନୂତନ ଇଣ୍ଟ୍ରିଗ୍ରେଟେଡ ଟର୍ମିନାଲ ବିଲ୍ଡିଂକୁ କଲେ ଉଦ୍‌ଘାଟନ

ଚେନ୍ନାଇ,ଏଜେନ୍ସି: ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣୀ ସ୍ଥଳ ଭବନ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୧୨୬୦ କୋଟି ଟଙ୍କା ବ୍ୟୟରେ ଏହାନ ନିର୍ମିତ ଏହି ଅତ୍ୟାଧୁନିକ ନୂତନ ରହଣୀ ସ୍ଥଳର ଉଦଘାଟନ ଦ୍ବାରା ବିମାନବନ୍ଦରର ବାର୍ଷିକ ଯାତ୍ରୀ ଯାତାୟତ ସାମର୍ଥ୍ୟ ୨୩ ନିୟୁତ ରୁ ୩୦ ନିୟୁତକୁ ବୃଦ୍ଧି ପାଇବ । ନୂତନ ରହଣୀ ସ୍ଥଳ ସ୍ଥାନୀୟ ତାମିଲ ସଂସ୍କୃତି ସହ ପାରମ୍ପରିକ ବୈଶିଷ୍ଟ୍ୟ ପ୍ରାକୃତିକ ପାରିପାଶ୍ୱିକ ଦ୍ବାରା ନିର୍ମିତ ହୋଇଛି । ଆଜି ଅପରାହ୍ନ ୩ ଟାରେ ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ଅବତରଣ କରିଥିଲେ । ଏହାପରେ ଏହି ନୂତନ ଇଣ୍ଟ୍ରିଗ୍ରେଟେଡ ଟର୍ମିନାଲ ବିଲ୍ଡିଂର ଉଦ୍‌ଘାଟନ କରିଥିଲେ ।

ସେହିପରି ତାମିଲନାଡୁ ଗସ୍ତର ଦ୍ବିତୀୟ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ଆୟୋଜିତ ସମାରୋହରେ ସାମିଲ ହୋଇଥିଲେ । ଏଠାରେ ପ୍ରଧାନମନ୍ତ୍ରୀ ଚେନ୍ନାଇ-କୋଏମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ । ପରେ ତିରୁଥୁରାଇପଣ୍ଡି-ଅଗସ୍ତିୟାମପାଲ୍ଲୀ ମଧ୍ୟରେ ଡିଇଏମୟୁ ସେବାର ପତାକା ଦେଖାଇ ଶୁଭାରମ୍ଭ ମଧ୍ୟ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ଶ୍ରୀରାମକୃଷ୍ଣ ମଠର ୧୨୫ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ । ୧୮୯୭ ମସିହାରେ ସ୍ୱାମୀ ରାମକୃଷ୍ଣାନନ୍ଦ ଚେନ୍ନାଇରେ ଶ୍ରୀରାମକୃଷ୍ଣ ମଠର ସ୍ଥାପନା କରିଥିଲେ । ଶ୍ରୀରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ଭଳି ଦୁଇଟି ଆଧ୍ୟାତ୍ମିକ ସଂଗଠନ ବିଭିନ୍ନ ମାନବିକ ଓ ସମାଜ ସେବା କାର୍ଯ୍ୟ କରିଥାନ୍ତି ।