ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତ ରବିଦାସଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀର କରୋଲ ବାଗରେ ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପରେ ମୋଦୀ ମନ୍ଦିରରେ ଉପସ୍ଥିତ ଥିବା ମହିଳାଙ୍କ ସହ ଭଜନ କୀର୍ତ୍ତନ କରିଥିଲେ । ଆଉ ଏହି ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେଉଛି । ଏହି ଅବସରରେ ମୋଦୀ ସେଠାରେ ମହଜୁଦ ଥିବା ଲୋକଙ୍କୁ ଭେଟିବା ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ଗତକାଲି ମୋଦୀ ସନ୍ତ ରବିଦାସଙ୍କ ପୂଜା କରୁଥିବା ଅନେକ ଫଟୋ ଟ୍ୱିଟରରେ ସେୟାର କରିଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋଲ ବାଗରେ ପୂଜା କରିବା ପରେ ସିଧାସଳଖ ପଞ୍ଜାବର ପଠାନକୋଟ ଗସ୍ତ କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ପଠାନକୋଟରେ ଜନସଭାକୁ ସମ୍ବୋଧିତ କରିବେ । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜଲନ୍ଧରରେ ରବିଦାସ ମନ୍ଦିରରେ ଦର୍ଶନ ସାରି ରୋଡ ଶୋ’ କରିବେ ।