ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋିଷି ସୁନକଙ୍କ ସହ କଥା ହୋଇଛନ୍ତି । ଋିଷି ସୁନକଙ୍କ କାର୍ଯ୍ୟକାଳକୁ ବର୍ଷେ ପୁରିଯାଇଥିବାରୁ ମୋଦୀ ଶୁଭକାମନା ଜଣାଇଛନ୍ତି । ଏହି ସମୟରେ ଉଭୟ ନେତା ବ୍ୟାପାର, ନିବେଶ, ରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ କ୍ଷେତ୍ର ସହିତ ଦ୍ୱିପାକ୍ଷିକ ବ୍ୟାପକ ରଣନୀତି ପାର୍ଟନରସିପ ରଖିବା ଉପରେ ଚର୍ଚ୍ଚା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ସୁନକ ଏହି ସମୟରେ ପଶ୍ଚିମ ଏସିଆ କ୍ଷେତ୍ର ଏବଂ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଦୁହେଁ ଆତଙ୍କବାଦ, ବିଗୁଡ଼ୁଥିବା ସ୍ଥିତି ଓ ନାଗରିକଙ୍କ ଜୀବନ ଯିବାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା, ସ୍ଥିରତା ଓ ନିରନ୍ତର ମାନବୀୟ ସହାୟତାର ଆବଶ୍ୟକତା ଉପରେ ସହମତ ହୋଇଛନ୍ତି । ଏହାସହ ଉଭୟ ନେତା ପରସ୍ପରକୁ ଦୀପାବଳୀର ଶୁଭକାମନା ଜଣାଇଥିଲେ ।