‘ମାଇଁ ଭାରତ’ ପ୍ଲାଟଫର୍ମ ଲଞ୍ଚ କରିବ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ‘ମାଇଁ ଭାରତ’ ନାମକ ଏକ ପ୍ଲାଟଫର୍ମ ଆରମ୍ଭ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ, ମାଇଁ ଭାରତ ପ୍ଲାଟଫର୍ମରେ କୋଟିଏ ସଂଖ୍ୟାରେ ଦେଶ ଓ ବିଦେଶର ଯୁବକ ଜଡ଼ିତ ହେବେ। ଏହା ଭାରତକୁ ବିକଶିତ ଓ ଆତ୍ମନିର୍ଭର କରିବାର ସ୍ୱପ୍ନ ସାକାର କରିବ । ଏହା ଜରିଆରେ ପ୍ରତ୍ୟେକ ଯୁବକ ନିଜ ସ୍ୱପ୍ନ ସାକାର କରିପାରିବ । ଅକ୍ଟୋବର ୩୧ରେ ଏହାକୁ ରାଷ୍ଟ୍ରକୁ ସମର୍ପିତ କରାଯିବ । ଏହିଦିନ ହିଁ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଭାରତର ବର୍ତ୍ତମାନ ଓ ଭବିଷ୍ୟତକୁ ଧ୍ୟାନରେ ରଖି ‘ମାଇଁ ଭାରତ’ ପ୍ଲାଟଫର୍ମ ଅଣାଯାଇଛି।