ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି (ସୋମବାର) କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଉଭୟଙ୍କ ମଧ୍ୟରେ ଭର୍ଚ୍ଚୁଆଲ ମିଟିଂ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦକ୍ଷିଣ ଏସିଆର ବିକାଶ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ତଥା ପାରସ୍ପରିକ ଦ୍ୱିପାକ୍ଷିକ ସହଯୋଗ ଉପରେ ଉଭୟ ନେତା ଗୁରୁତ୍ବାରୋପ କରିବା ସହ ମତ ବିନିୟମ କରିବା ନେଇ ସୂଚନା ମିଳିଛି।
ଦୁଇ ଦେଶ ମଧ୍ୟରେ ରହି ଆସିଥିବା ଦ୍ୱିପାକ୍ଷିକ ତଥା ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ନେଇ ଆଲୋଚନାରେ ବିଭିନ୍ନ ଦିଗ ଉପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମତ ବିନିମୟ ହେ। ଅନ୍ୟପଟେ ଆଜି (ସୋମବାର) ୱାଶିଂଟନରେ ଚତୁର୍ଥ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଅଶଂଗ୍ରହଣ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକାରେ ପହଞ୍ଚି ସାରିଛନ୍ତି।
ଦୁଇ ଭାରତୀୟ ମନ୍ତ୍ରୀ ଓ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଆସନ୍ତାକାଲି ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ଆଲୋଚନା କରିବାକୁ ଯାଉଛନ୍ତି।