ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ସମୟରେ ବ୍ୟବସାୟୀ ସମ୍ବନ୍ଧକୁ ମଜଭୁତ କରିବା ଏବଂ ନିବେଶକୁ ଗୁରୁତ୍ୱ ଦେବାର ଉପାୟ ଉପରେ ଚର୍ଚ୍ଚା ହେଉଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ଋଷି ସୁନକ ଶୁକ୍ରବାର ଦିଲ୍ଲୀ ପହଞ୍ଚିଥିଲେ । ଆଜି କାର୍ଯ୍ୟକ୍ରମ ସ୍ଥଳୀ ପହଞ୍ଚିବା ପରେ ଋଷି ନମସ୍କାର ମୁଦ୍ରାରେ ମୋଦୀଙ୍କୁ ଅଭିବାଦନ ଜଣାଇଥିଲେ ।