ବଲିଉଡ଼ ଷ୍ଟାରଙ୍କୁ ଭେଟି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍‌ କଳାକାରମାନଙ୍କୁ ଭେଟିଛନ୍ତି। ସରକାରୀ ବାସଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳଚ୍ଚିତ୍ର ଓ ଦୂରଦର୍ଶନ ଜଗତର କେତେକ ଲୋକ ଗାନ୍ଧୀଙ୍କ ଆଦର୍ଶକୁ ଜନପ୍ରିୟ କରାଇବା ଉପରେ ଅନେକ ଉତ୍ତମ କାର୍ୟ୍ୟ କରିଛନ୍ତି ବୋଲି କହିଥିଲେ ।

ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପରେ ୪ଟି ସାଂସ୍କୃତିକ ଭିଡିଓ ରିଲିଜ୍‌ କରିଥିଲେ। ମହାତ୍ମା ଗାନ୍ଧୀଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଲେ, ସୃଜନଶୀଳତାର ଶକ୍ତି ଅମାପ ହୋଇଥିବାରୁ ଦେଶ ପାଇଁ ଏହାର ଉତ୍ସାହକୁ ନିୟନ୍ତ୍ରଣରେ ରଖିବା ଅତ୍ୟାବଶ୍ୟକ।

ଏଥିରେ ଅମିର ଖାଁ, ଶାହାରୁଖ ଖାଁ, ରାଜକୁମାର ହିରାନି, କଙ୍ଗନା ରଣାଓ୍ଵତ୍‌, ଆନନ୍ଦ ଏଲ୍‌ ରାୟ, ଏସ୍‌. ପି. ବାଲସୁବ୍ରମଣିୟାମ୍‌, ସୋନମ କପୁର, ଜ୍ୟାକି ଶ୍ରଫ୍‌, ସୋନୁ ନିଗମ, ଏକତା କପୁର, ତାରକ ମେହେଟା ଗ୍ରୁପ୍‌ର ସଦସ୍ୟ, ଇଟିଭି ଗ୍ରୁପ୍‌ ସମେତ ଭାରତୀୟ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପର ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି କି ଚଳଚ୍ଚିତ୍ର ଶିଳ୍ପର ସଦସ୍ୟମାନେ ଅନେକ ପ୍ରସ୍ତାବ ଦେଇଛନ୍ତି।