ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ନୂଆଦିଲ୍ଲୀ,ଏଜେନ୍ସି: ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଆମନ୍ତ୍ରଣ କରିଛନ୍ତି। ଏହି ସମ୍ମିଳନୀ ଜୁନ୍ ୧୧ରୁ ୧୩ ପର୍ଯ୍ୟନ୍ତ ଚାଲିବ।
ଏହି ଅବସରରେ ଭାରତ ଏହି ସମ୍ମିଳନୀରେ ଭାଗ ନେଉ ବୋଲି ପ୍ରଧାନମନ୍ତ୍ରୀ ଜନସନ୍ ଚାହିଁଛନ୍ତି। ସେ ମୁଖ୍ୟ ଅତିଥି ଭାବେ ଭାରତର ସାଧାରଣତନ୍ତ୍ର ଦିବସରେ ଭାଗ ନେବାର ଥିଲା। ହେଲେ ବ୍ରିଟେନରେ ନୂତନ ଷ୍ଟ୍ରେନର କରୋନା ଭୂତାଣୁ ବ୍ୟାପିବାରୁ ସେ ଭାରତ ଗସ୍ତକୁ ବାତିଲ କରିଥିଲେ।

ତେବେ ଏହି ଜି-୭ ସମ୍ମିଳନୀରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଓ ୟୁରୋପିଆନ ସଂଘର ସଦସ୍ୟମାନେ ଯୋଗ ଦେବେ। ଚଳିତ ବର୍ଷ ଭାରତ ସହିତ ଅଷ୍ଟ୍ରେଲିଆ ଓ ସାଉଥ କୋରିଆକୁ ମଧ୍ୟ ବ୍ରିଟେନ ସମ୍ମିଳନୀରେ ଯୋଗଦେବାକୁ ଆମନ୍ତ୍ରଣ କରିଛି। ଗତବର୍ଷ କରୋନା ମହାମାରୀ କାରଣରୁ ଏହି ସମ୍ମିଳନୀ ହୋଇପାରିନଥିଲା।