ମମଲ୍ଲାପୁରମ୍ ବେଳାଭୂମିରେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛଭାରତ ଅଭିଯାନ

ମମଲ୍ଲାପୁରମ୍,ଏଜେନ୍ସିମମଲ୍ଲାପୁରମ୍ ବେଳାଭୂମିରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫେଇ ଅଭିଯାନ ଆରମ୍ଭ କରିଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ସେ ନିଜେ ହାତରେ ବେଳାଭୂମିରେ ପଡ଼ିଥିବା ଅଳିଆକୁ ସଫା କରିବା ସହ ଦେଶବାସୀଙ୍କୁ ସ୍ୱଚ୍ଛଭାରତ ବାର୍ତ୍ତା ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଚୀନର ରାଷ୍ଟ୍ରପତିଙ୍କୁ ଭେଟିବାକୁ ମାମଲ୍ଲାପୁରମ ଯାଇଥିଲେ। କିନ୍ତୁ ଆଜି ସକାଳେ ସେବେଳାଭୂମି ପରିଦର୍ଶନରେ ଯାଇ ସେଠାରେ ପଡ଼ିଥିବା ପ୍ଲାଷ୍ଟିକ ଆବର୍ଜନାକୁ ନିଜ ହାତରେ ଉଠାଇଥିଲେ। ଏହା ସହିତ ସାରା ଦେଶବାସୀଙ୍କୁ ନିଜ ଚାରିପଟେ ଥିବା ପରିବେଶକୁ ସ୍ୱଚ୍ଛ ରଖିବାକୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି ମୋଦୀ । ଏଥିସହ ନିଜର ଦୈନନ୍ଦିନ କାମରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ, ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମୟ କାଢ଼ିବାକୁ ସେ କହିଛନ୍ତି। କାରଣ ପରିବେଶ ସ୍ୱଚ୍ଛ ରହିଲେ, ଆମେ ସୁସ୍ଥ ରହିବା ବୋଲି କହିଥିଲେ।

ପରିବେଶ ପ୍ରତି ଶକ୍ତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳମହାବଳିପୁରମ‌୍‍ ତଟରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିବାର ଦେଖାଯାଇଛି । ମୋଦୀ କହିଛନ୍ତି ଯେ, ସ୍ୱଚ୍ଛତା ଯୋଗୁଁ ହିଁ ଆମେ  ସ୍ୱଚ୍ଛ ଏବଂ ଫିଟ୍‌ ରହିପାରିବା ।