ନୂଆଦିଲ୍ଲୀ,ଏଜେନ୍ସି: ପିଏମ କେୟାର୍ସ ଫଣ୍ଡ ସରକାରୀ ନୁହେଁ । ଭାରତର ସମ୍ବିଧାନ, ସଂସଦ କିମ୍ବା କୌଣସି ରାଜ୍ୟର ଆଇନ ଅନୁଯାୟୀ ପିଏମ କେୟାର୍ସ ଫଣ୍ଡ ଗଠନ ହୋଇନାହିଁ । ତେଣୁ ଏହାକୁ ସରକାରୀ କୁହାଯିବ ନାହିଁ। ଏହାକୁ ଚ୍ୟାରିଟେବୁଲ ଟ୍ରଷ୍ଟ ଭାବେ ଗଠନ କରାଯାଇଛି। ପିଏମ କେୟାର୍ସ ଫଣ୍ଡକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏହି ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର।
ପିଏମ କେୟାର୍ସ ଫଣ୍ଡକୁ ନେଇ ଦିଲ୍ଲୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି କୁହାଯାଉଛି,”ଏହା ସ୍ବାଧୀନ ଚ୍ୟାରିଟେବୁଲ ଟ୍ରଷ୍ଟ ଭାରତର ସମ୍ବିଧାନ ପରିସରରେ ଆସୁନାହିଁ। ଏହି ଟ୍ରଷ୍ଟକୁ କୌଣସି ସରକାର କିମ୍ବା ସରକାରୀ ପ୍ରତିଷ୍ଠାନ ଗଠନ କରି ନାହାନ୍ତି କି ପାଣ୍ଠି ଦେଉନାହାନ୍ତି। ଏହା ଉପରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ।
ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ପିଏମ କେୟାର୍ସ ଫଣ୍ଡକୁ ସରକାରୀ ଫଣ୍ଡ ଘୋଷଣା ଦାବିରେ ହୋଇଥିବା ଶୁଣାଣି କରି ହାଇକୋର୍ଟ ବିସ୍ତୁତ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ପୂର୍ବରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଏକ ପୃଷ୍ଠା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।