ମୋଦୀ ଓ ଯୋଗୀଙ୍କ ମଧ୍ୟରେ ଦେଢ଼ ଘଣ୍ଟା ଚାଲିଲା ବୈଠକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପିଏମ୍ ନିବାସରେ ହୋଇଥିବା ଏହି ବୈଠକ ପାଖାପାଖି ୮୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ମୋଦୀଙ୍କୁ ଭେଟିବା ପରେ ଯୋଗେୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପାଇଁ ତାଙ୍କ ଆବାସରେ ପହଂଚିଥିଲେ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗୁରୁବାର ଯୋଗୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ପାଖାପାଖି ୯୦ ମିନିଟ୍ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଜାରି ରହିଥିବା ଏହି ଭେଟଘାଟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।