ନୂଆଦିଲ୍ଲୀ,ଏଜେନ୍ସି: ମେ’ ୩ ତାରିଖ ତାଲାବନ୍ଦ ନିୟକ କୋହଳ ହେବ କି ନାହିିଁ ସେ ନେଇ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନସିଂ ଜରିଆରେ ଆଲୋଚନା କରୁଛନ୍ତି।
ସୂଚନା ଅନୁସାରେ ଏହି ଆଲୋଚନାରେ ମୁଖ୍ୟତଃ ୩ରୁ ୪ଟି ପ୍ରସଙ୍ଗ ଉପରେ ବିଶେଷ ଭାବରେ ଚର୍ଚ୍ଚା ହେଉଛି। ରାଜ୍ୟ ମୁଖ୍ୟତଃ ୪ଟି ପ୍ରସଙ୍ଗ ଉପରେ ଫୋକସ କରାଯାଇଛି। ତେବେ ତାଲାବନ୍ଦ ଅବଧି ବଢିବ କି ନାହିଁ, ପ୍ରବାସୀ ଓଡିଆଙ୍କ ସମସ୍ୟା, କରୋନା ମୁକାବିଲା ପାଇଁ ଅନୁଦାନ ଓ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଛି। ଏଥିରେ ଓଡ଼ିଶା ସମେତ ମେଘାଳୟ, ମିଜେରାମ, ପୁଡୁଚେରୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ତେବେ ଏକାଧିକ ମୁଖ୍ୟମନ୍ତ୍ରୀ ଲକଡାଉନକୁ ବଢ଼ାଇବାକୁ ପ୍ରସ୍ତାବ ପୂର୍ବରୁ ଦେଇସାରିଛନ୍ତି। ତେବେ ଆଜି ଏହି ଆଲୋଚନାରେ କ’ଣ ନିଷ୍ପତ୍ତି ହେବ ତାହା ଦେଖିବାକୁ ଅଛି।