ଭୁବନେଶ୍ୱର,ଏନ୍ଏନ୍ଏସ୍ : ଲକଡାଉନରେ ପରିବାର ସହ ସମୟ ବିତାଉଛନ୍ତି ଅଭିନେତା ଅନୀଲ କପୁର। ନିକଟରେ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ସେ ପତ୍ନୀ ସୁନୀତାଙ୍କ ସହ କ୍ୟାରମ୍ ଖେଳୁଥିବା ସମୟର ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ ଲେଖିଛନ୍ତି, ‘ଔର୍ ୱିନର୍ ହୈ…।’ ନିଜ ସୋଲୋ ଫଟୋ ପାଇଁ ଅନୀଲ ସୁନୀତାଙ୍କୁ କ୍ରେଡିଟ୍ ଦେଇଛନ୍ତି। ଏଥିରେ ଅନୀଲ ରାନୀ କଏନ୍କୁ ନିଶାନା କରୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷରୁ ଝିଅ ରୀୟା ତାଙ୍କର ଫଟୋ କ୍ଲିକ୍ କରିଛନ୍ତି। ଅନୀଲଙ୍କ ଅଭିନେତ୍ରୀ ଝିଅ ସୋନମ ବର୍ତ୍ତମାନ ତାଙ୍କର ପତି ଆନନ୍ଦ ଆହୁଜାଙ୍କ ସହ ଦିଲ୍ଲୀରେ ଅଛନ୍ତି। ଅନୀଲ-ସୁନୀତାଙ୍କ ଫଟୋ ଇନଷ୍ଟାଗ୍ରାମରୁ ଦେଖି ସେମାନଙ୍କୁ ଖୁବ ମିସ୍ କରୁଛନ୍ତି ବୋଲି ଲେଖିଛନ୍ତି ସୋନମ। ଏହା ପୂର୍ବରୁ ୬୩ ବର୍ଷୀୟ ଅନୀଲ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ଲେଖିଥିଲେ, ସେ ଲକଡାଉନର ଖାଲି ସମୟରେ ନିଜକୁ ଫିଟ ରଖିବା ଉପରେ ଗୁରୁତ୍ୱ ଦେଇ ବଡ଼ି ବନାଇଛନ୍ତି। ଫଟୋରେ ସେ ନିଜ ବାଇସେପ୍ ଦେଖାଉଥିବା ନଜର ଆସିଥିଲା।