ଉତ୍କଳ ୟୁନିଭରସିଟି ସାମ୍ନାରେ ଯୁକ୍ତ ୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଧାରଣା, ପରୀକ୍ଷା ଘୁଞ୍ଚାଇବାକୁ ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷା ବର୍ଷର ଆରମ୍ଭ ପାଇଁ ଏବଂ ଅନ୍ୟ ଶ୍ରେଣୀର ଆଡମିସନ ପାଇଁ ବାକି ରହିଯାଇଥିବା ପରୀକ୍ଷା ଗୁଡ଼ିକ ଶୀଘ୍ର ଶେଷ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷାକୁ ଜୁଲାଇ ମାସରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

ମାତ୍ର ଏହାକୁ ଛାତ୍ରଛାତ୍ରୀମାନେ ବିରୋଧ କରି ଆଜି ଉତ୍କଳ ୟୁନିଭରସିଟି ସାମ୍ନାରେ ବାଣିବିହାର ଓ ରମାଦେବୀ କଲେଜର ଯୁକ୍ତ ୩ ଶେଷ ବର୍ଷ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଯୁକ୍ତ ୩ ଫାଇନାଲ ପରୀକ୍ଷାକୁ ଘୂଞ୍ଚାଇବା ପାଇଁ ଦାବି କହିଛନ୍ତି। ନଚେତ ପରୀକ୍ଷାକୁ ଅନଲାଇନ କିମ୍ବା ପୂର୍ବ ବର୍ଷର ମାର୍କକୁ ଅଧାର କରି ନମ୍ବର ଦେବାକୁ ଦାବି ହୋଇଛି।