ଜୁଲାଇ ୨୪ରେ ହେବ ଯୁକ୍ତ ୩ ଫାଇନାଲ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁଲାଇ ୨୪ ତାରିଖରେ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା କରାଯିବ। ଏ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସେହିପରି ଅଗଷ୍ଟ ୨୦ ତାରିଖରେ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ।

ଏ ସମ୍ପର୍କରେ ଆଜି ଶ୍ରୀ ଦାସ ସରକାରୀ ବିଶ୍ୱ ବିଦ୍ୟାଳୟ କୂଳପତିଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ କଥା ହୋଇଥିଲେ। ସେପ୍ଟେମର ଓ ଅକ୍ଟୋବରରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ଏବଂ ନଭେମ୍ବର ସୁଦ୍ଧା ସମସ୍ତ ପିଜି କ୍ଲାସ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଅନଲାଇନ ପ୍ରୋଗ୍ରାମିଂ ପାଇଁ ଏକ ସ୍ୱତନ୍ତ୍ର କମିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ।

ଏଥିସହ କାଲିଠାରୁ ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଅଫିସ କାର୍ଯ୍ୟ ଆରମ୍ଭ ହେବ। ଏଥିରେ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ଅଫିସ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ୧୫ ଦିନରେ ଥରେ କୁଳପତିମାନଙ୍କୁ ନେଇ ସମୀକ୍ଷା କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।