ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ, ପାସ୍ ହାର ୭୦.୨୧ ରାଜ୍ୟ By Nitidin Last updated Aug 12, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବ ନିର୍ଦ୍ଧାରିତ ସମୟରେ ଆଜି ଯୁକ୍ତ ୨ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଚଳିତ ବର୍ଷ ୯୭ ହଜାର ୩୭୭ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେଥିରୁ ୬୮ ହଜାର ୩୭୪ ପିଲା ପାସ କରିଛନ୍ତି। ଯାହାକି ପାସ ହାର ୭୦.୨୧ ପ୍ରତିଶତ। ସେଥିମଧ୍ୟରୁ ୩୮,୩୦୧ ଜଣ ପୁଅ ଥିବାବେଳେ ୩୦,୦୭୩ ଜଣ ଝିଅ ଅଛନ୍ତି। ସେହିପରି ୨୫,୩୩୯ ଜଣ ପ୍ରଥମ ସ୍ଥାନ, ୨୪,୧୨୧ ଜଣ ଦ୍ୱିତୀୟ ସ୍ଥାନ, ଓ ୧୮,୨୮୬ ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିସହିତ ଚଳିତ ବର୍ଷ ୧୩୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ଛାତ୍ରଛାତ୍ରୀମାନେ www.orissaresults.nic.inରେ ନିଜର ପରୀକ୍ଷା ଫଳ ଦେଖିପାରିବେ। ଅନ୍ୟପଟେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ ହାର ୮୬.୫୧ ଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ପାସ ହାର ୪୦.୭୧ ରହିଛି। ସେହିପରି ୨୦ଟି କଲେଜରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ୧୫ଟି କଲେଜରେ କେହି ପାସ କରିନଥିବା ଜଣାପଡ଼ିଛି। ତେଣୁ ଯେଉଁ କଲେଜମାନଙ୍କରେ ନୈରାଶ୍ୟ ଜନକ ରେଜଲ୍ଟ ହୋଇଛି, ସମ୍ପୃକ୍ତ କଲେଜ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। Share