ଜାନୁଆରୀ ୧୫ରୁ ଯୁକ୍ତ ୨ ପ୍ରାକ୍ଟିକାଲ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୧୫ରୁ ଆରମ୍ଭ ହେବ। ଏ ନେଇ ଫର୍ମ ପୂରଣ ପକ୍ରିୟା ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷାର୍ଥୀମାନଙ୍କୁ ନଭେମ୍ବର ୨୫ ସୁଦ୍ଧା ସେମାନଙ୍କର ଆଡ଼ମିଟ କାର୍ଡ ପ୍ରଦାନ କରାଯିବ। ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୧୦ ସୁଦ୍ଧା ପିଲାଙ୍କର ପ୍ରାକ୍ଟିକାଲ ମାର୍କ ଯୁକ୍ତ ୨ ପରିଷଦରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

ସେହିପରି ଥିଓରି ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଖାତା ଦେଖା ପକ୍ରିୟା ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ଓ ମେ ୩୦ ସୁଦ୍ଧା ଫଳ ପ୍ରକାଶ ପାଇବ। ପରୀକ୍ଷାରେ ଏଗ୍ରିଗେଟ୍ ମାର୍କ ରଖି ଗୋଟିଏ ବିଷୟରେ ଫେଲ ହୋଇଥିବା ପିଲାଙ୍କ ପାଇଁ ଇନଷ୍ଟାଣ୍ଟ ପରୀକ୍ଷା ଲାଗି ଫର୍ମ ପୂରଣ ଜୁନ ୧୦ରୁ ଆରମ୍ଭ ହେବ। ଏହି ପରୀକ୍ଷା ଜୁଲାଇ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଯୁକ୍ତଦୁଇ ପ୍ରଥମ ବର୍ଷ ପିଲାଙ୍କ ବାର୍ଷିକ କ୍ରୀଡ଼ା ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ କରିବାକୁ କୁହାଯାଇଥିବା ପରିଷଦ ପକ୍ଷରୁ ଜଣାପଡ଼ିଛି।