ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି

କଟକ,ଏନ୍ଏନ୍ଏସ୍: ଗତକାଲିଠାରୁ ରାଜ୍ୟରେ କରୋନା ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆରମ୍ଭ ହୋଇଥିବା ବେଳେ କଟକ ଏସସିବିରୁ ୪ ଜଣଙ୍କ ଠାରୁ ପ୍ଲାଜମା ସଂଗୃହୀତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଅଶ୍ୱିନୀ କୋଭିଡ ହସ୍ପିଟାଲରେ ପ୍ରଥମ ଥର ପାଇଁ ଜଣେ କୋଭିଡ ଗୁରୁତରଙ୍କଠାରେ ପ୍ଲାଜମା ଥେରାପି ଶେଷ ହୋଇଛି। ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କୁ ଦିଆଯାଇଛି ବି ପଜିଟିଭ ପ୍ଲାଜମା। ଏନେଇ କରୋନା ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଥିଲେ।