ୟୁଏଇରେ ପହଞ୍ଚିଲେ ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ ଦଳର ଖେଳାଳି

ନୂଆଦିଲ୍ଲୀ,ଏଜେନ୍ସି: ଆଇପିଏଲ୍‍ ଖେଳିବା ପାଇଁ ୟୁନାଇଟେଡ୍‍ ଆରବ ଏମିରେଟସରେ ପହଞ୍ଚିଲେ ଆଇପିଏଲ ଖେଳାଳି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରୁ ଚାର୍ଟଡ ବିମାନ ଯୋଗେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ଖେଳାଳି, ସପୋର୍ଟ ଷ୍ଟାଫ୍‍ ଏବଂ ଅନ୍ୟ ଅଧିକାରୀ ଦୁବାଇରେ ପହଞ୍ଚିଛନ୍ତି। ଏନେଇ ପଞ୍ଜାବ ଦଳର ଫାଷ୍ଟବୋଲର ମହମ୍ମଦ ସାମି କିଛି ଫଟୋ ତାଙ୍କ ଇନଷ୍ଟାଗ୍ରାମ୍‍ ପୃଷ୍ଠାରେ ଛାଡ଼ିଛନ୍ତି। କେବଳ କିଙ୍ଗସ ଏକାଦଶ ପଞ୍ଜାବ ନୁହେଁ ଅନ୍ୟ ଦଳଗୁଡ଼ିକ ମଧ୍ୟ ୟୁଏଇରେ ପହଞ୍ଚିଛନ୍ତି। ସେହିପରି ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ୨ ରାଉଣ୍ଡ କୋଭିଡ୍‍ ପରୀକ୍ଷା ହୋଇଛି। ସମସ୍ତ ଖେଳାଳିଙ୍କ ଉଭୟ ରିପୋର୍ଟ ନେଗେଟିଭ୍‍ ଆସିବା ପରେ ସେମାନଙ୍କୁ ବିମାନ ଚଢ଼ିବାର ଅନୁମତି ମିଳିଥିଲା।