ଅଣ୍ଡାରୁ ବାହାରୁଛି ପ୍ଲାଷ୍ଟିକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ଅଙ୍ଗନବାଡି ପକ୍ଷରୁ ବଣ୍ଟାଯାଇଥିବା ଅଣ୍ଡାରୁ ପ୍ଲାଷ୍ଟିକ ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ, ଗତ ଶନିବାର ଅଙ୍ଗନବାଡ଼ି ପକ୍ଷରୁ ଅଣ୍ଡା ବଣ୍ଟା ଯାଇଥିଲା। ଆଜି ସକାଳେ ସେହି ଅଣ୍ଡାକୁ ଗ୍ରାମର ଅର୍ଜୁନ ଜାମଡୁଲିଆ ଓ ଅନ୍ୟ କେତେକଙ୍କ ଘରେ ଅମଲେଟ ତିଆରି କଲାବେଳେ ସେଥିରୁ  ପ୍ଲାଷ୍ଟିକ ବାହାରିଥିଲା।

ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟଲୋକେ କହିଛନ୍ତି ଏପରି ଅଣ୍ଡା ଖାଇଲେ ନାନା ରୋଗ ହେବାସହ ମୃତ୍ୟୁମୁଖରେ ପଡିବା ଆଶଙ୍କା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରି ଲୋକଙ୍କୁ ଭଲ ଅଣ୍ଡା ଯୋଗାଇ ଦିଅନ୍ତୁ। ଏନେଇ ଡିଏସଡବ୍ଲୁଓ ଝାରସୁଗୁଡାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।