ବଜାରରେ ପ୍ଲାଷ୍ଟିକ୍ କୁର୍କୁରି

ପୋଲସରା,୨୪ା୮/ଏନ୍ଏନ୍ଏସ୍: ପୋଲସରା ଅଞ୍ଚଳରେ ପ୍ଲାଷ୍ଟିକ କୁର୍କୁରି ମିଳୁଥିବା ଜଣାପଡ଼ିଛି । ପୋଲସରା ଅଞ୍ଚଳର ଥିବା ମାଧାପୃଷ୍ଟି ସାହିର ବସନ୍ତ ସାହୁ ନିଜ ପିଲାମାନଙ୍କ ପାଇଁ ବଜାରରୁ ୨ଟି କୁର୍କୁରି ପ୍ୟାକେଟ୍ କିଣି ଆଣିଥିଲେ । ପିଲାମାନେ କୁର୍କୁରି ଖାଇବାକୁ ଚେଷ୍ଟା କଲା ବେଳେ ଖାଇ ପାରିନଥିଲେ । ସନ୍ଦେହ ହେବାରୁ କୁର୍କୁରିକୁ ନିଆଁ ଲଗାଇବାରୁ ତାହା ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା । ଜରି ତରଳିଲା ପରି କୁର୍କୁରିଗୁଡିକ ସମ୍ପୂର୍ଣ୍ଣ ତରଳି କଳା ହୋଇଯାଇଥିଲା । କିଛି ଅସାଧୁ ବ୍ୟବସାୟିକ ସଂସ୍ଥା ପ୍ରଚୁର ଅର୍ଥ ରୋଜଗାର କରିବା ଆଶା ରଖି ଏଭଳି ଶିଶୁମାନଙ୍କ ଖାଦ୍ୟରେ ଜରି ପ୍ଲାଷ୍ଟିକ ଭଳି ବିଷ ଦ୍ରବ୍ୟକୁ ବଜାରକୁ ଛାଡୁଛନ୍ତି । ଯାହାକି ଛୋଟ ଛୋଟ ପିଲାମାନେ ଖାଇ ରୋଗର ଶିକାର ହେଉଥିବା ବେଳେ ପରବର୍ତ୍ତୀ ସମୟରେ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି । ଏଭଳି ସ୍ଥିତିକୁ ଖାଦ୍ୟ ଯୋଗାଣ ଅଧିକାରୀ ଚଢ଼ଉ କରି ଏପରି ନକଲି ବ୍ରାଣ୍ଡର କୁର୍କୁରି କମ୍ପାନୀ ମାଲିକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।