ଅକ୍ଟୋବର ୨ରୁ ରାଜ୍ୟରୁ ପ୍ଲାଷ୍ଟିକ୍‌ ବ୍ୟାନ୍

ପରିବେଶକୁ ସୁରକ୍ଷିତ କରିବା ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଥିବାବେଳେ ପ୍ଲାଷ୍ଟିକ ବର୍ଜନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୨ରୁ ରାଜ୍ୟରୁ ପ୍ଲାଷ୍ଟିକ ବ୍ୟାନ ହେବ। ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଞ୍ଚଳରୁ ସିଙ୍ଗଲ ୟୁଜର୍ସ ପ୍ଲାଷ୍ଟିକ୍‌କୁ ବ୍ୟାନ କରାଯିବ। ଏଥିସହ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ।