ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ପ୍ରୋଗ୍ରାମ ମେନେଜର କବୀନ୍ଦ୍ର ଜେନା ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜମା ଭଣ୍ଡାର ଠାରେ ପ୍ଲାଜମା ଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସେ ନିଜେ କରୋନା ଆକ୍ରାନ୍ତ ହୋଇ ଆଇସୋଲେସନରେ ରହି ଚିକିତ୍ସା ପରେ କରୋନାମୁକ୍ତ ହୋଇଥିଲେ । ଏହି ମହତ କାର୍ଯ୍ୟ ପାଇଁ ଶ୍ରୀ ଜେନାଙ୍କୁ ଭୀମସାର ପ୍ଲାଜମା ଭଣ୍ଡାରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଶ୍ରୀ ଜେନାଙ୍କ ଏପରି ମହତ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।